ପିପିଲିରେ ସପ୍ତାହାନ୍ତ ବନ୍ଦ, ବଜାର ଅଞ୍ଚଳ ଜନଶୂନ୍ୟ

ପିପିଲି:କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ବନ୍ଦ ଲାଗୁ କରାଯାଇଥିବା ଯୋଗୁଁ ଶନିବାର ପିପିଲି ପୌରାଞ୍ଚଳର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବଜାର, ଗାଡିମୋଟର ଚଳାଚଳ ଆଦି ସଂପୂର୍ଣ୍ଣ ବନ୍ଦ ରହିଥିଲା` ଫଳରେ ପୌରାଞ୍ଚଳର ସମସ୍ତ ରାସ୍ତାଘାଟ, ବଜାର ଅଞ୍ଚଳ ଜନଶୂନ୍ୟ ହୋଇପଡିଥିଲା` ପିପିଲି ପୁଲିସ ଓ ପ୍ରଶାସନ ପକ୍ଷରୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ କଡାକଡି ଭାବେ ଯାଞ୍ଚ କରାଯାଇଥିଲା। ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କେବଳ ଜରୁରୀ ସେବା ସହ ଜଡିତ କାରବାର ଓ ଗାଡିମୋଟର ଚଳାଚଳ ହୋଇଥିଲା।

 

କେବଳ ସହରାଞ୍ଚଳରେ ଏହି ବନ୍ଦ ଲାଗୁ କରାଯାଇଥିଲେ ମଧ୍ୟ ପିପିଲି ବ୍ଲକ ଅନ୍ତର୍ଗତ ଉତ୍ତରାବଜାର, ଗୁଡିଆପୋଖରୀ ବଜାର, ଜଇସପାଟଣା ବଜାର, ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର, ଜଗନ୍ନାଥପୁର ବଜାର, କଣ୍ଟି ବଜାରରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନବଜାର ମଧ୍ୟ ବନ୍ଦ ରହିଥିବା ପରିଲକ୍ଷିତ ହୋଇଥିଲା।ରାସ୍ତା କଡରେ ଥିବା ଅସ୍ଥାୟୀ ପନିପରିବା ଦୋକାନ ମଧ୍ୟ ବନ୍ଦ ରହିଥିଲା।

Comments are closed.