ସିଫାରେ ‘ଗୋପବନ୍ଧୁ ଜ୍ୟୋତି’କୁ ସମ୍ବର୍ଦ୍ଧନା

0

ପିପିଲି : ‘ସମାଜ’ ଅନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପି ପରିକ୍ରମା କରୁଥିବା ‘ଗୋପବନ୍ଧୁ ଜ୍ୟୋତି’କୁ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ଠାରେ ସ୍ୱାଗତ କରାଯିବା ସହ ଉଚ୍ଛତ୍ସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସିଫାର ନିର୍ଦ୍ଦେଶିକା ଡ଼ଃ ବିନ୍ଦୁ ଆର୍‍ ପିଲାଇ, ବିଭିନ୍ନ ବିଭାଗୀୟ ମୁଖ୍ୟ ଡ଼ଃ ଜିତେନ୍ଦ୍ର କୁମାର ସୁନ୍ଦରରାୟ, ଡ଼ଃ ସୁଧାଂଶୁ ଶେଖର ମିଶ୍ର, ଡ଼ଃ ଜି.ଏସ୍‍ ସାହା, ପ୍ରଧାନ ବୈଜ୍ଞାନିକ ଡ଼ଃ ସୁରେଶ ଚନ୍ଦ୍ର ରଥ, ଡ଼ଃ ପ୍ରୀୟବ୍ରତ ସ୍ୱାଇଁ, ଡ଼ଃ ସଂଗ୍ରାମ ସାହୁ, ଡ଼ଃ ଜ୍ୟୋତି ମହାନ୍ତି, ଡ଼ଃ ପ୍ରଭାତି ସାହୁ, ଡ଼ଃ ଏ.ବାରାତ, ପ୍ରଶାସନିକ ଅଧିକାରୀ ଗଣେଶ କୁମାର, ବିତ୍ତ ଓ ଲେଖା ଅଧିକାରୀ ସୁଧାଂଶୁ ଶେଖର ମହାପାତ୍ର, ବରିଷ୍ଠ ବୈଷୟିକ ଅଧିକାରୀ ଡ଼ଃ ଉତ୍କଳଲକ୍ଷ୍ମୀ ମହାନ୍ତି, ଡ଼ଃ ବିଭୂଦତ୍ତ ମିଶ୍ର, ଡ଼ଃ ନିରୁପମା ପଣ୍ଡା, ସୁକାନ୍ତି ବେହେରା, ଶିଶିର କୁମାର ମହାନ୍ତି, ବୈଷୟିକ ଅଧିକାରୀ ଦୁର୍ଗାପ୍ରସାଦ ରଥ, ପ୍ରଶାସନିକ ବିଭାଗର ଅକ୍ଷୟ ପୃଷ୍ଟି ଓ ଜିତେନ୍ଦ୍ର ଜେନା ପ୍ରମୁଖ ‘ଗୋପବନ୍ଧୁ ଜ୍ୟୋତି’କୁ ଦର୍ଶନ କରିବା ସହ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସିଫାର ପ୍ରଧାନ ବୈଜ୍ଞାନିକ ଡ଼ଃ ସୁରେଶ ଚନ୍ଦ୍ର ରଥ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗପୂତ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ପ୍ରଦାନ କରାଯିବାକୁ ଦାବି ରଖିଥିଲେ।

Leave A Reply