ପିପିଲି ସାଂସ୍କୃତିକ ପରିଷଦର ‘ଆଜାଦି କା ଅମୃତ ମହୋତ୍ସବ’

ପିପିଲି:ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଅଗ୍ରଣୀ ନାଗରିକ ସଂଗଠନ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ହାଟସାହି ପଞ୍ଚାୟତ ନୋଡାଲ ହାଇସ୍କୁଲ ଠାରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭସ୍ମିତା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପରିଷଦର ମୁଖ୍ୟ ଉପଦେଷ୍ଠା ଲେଫ୍‍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ସଂପାଦକ ତଥା ଅବସରପ୍ରାପ୍ତ ସେନାଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ସହ-ସଂପାଦକ ସମାଜସେବୀ ଦୀନବନ୍ଧୁ ବେହୁରା ପ୍ରମୁଖ ଯୋଗଦେଇ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ସଂପର୍କରେ ଆଲୋକପାତ କରିଥିଲେ। ନିଜ ଜୀବନକୁ ଉତ୍ସର୍ଗ କରି ଦେଶକୁ ସ୍ୱାଧୀନତା ଆଣିଥିବା ମହାନ ଜନନାୟକ ଓ ମହାପୁରୁଷଙ୍କ ଜୀବନବ୍ୟାପୀ ସାଧନା ଓ ସଂଘର୍ଷକୁ ଅତିଥିମାନେ ମନେପକାଇବା ସହ ନିଜକୁ ଜଣେ ଦେଶସେବକ ଓ ଭଲମଣିଷ ଭାବେ ଗଢିତୋଳିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କମଳା ଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରହଲ୍ଲାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.