‘ରିଙ୍ଗ୍ ଦ ବେଲ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପିପିଲି : କ୍ୟାଥୋଲିକ ହେଲ୍ଥ (ସ୍ବାସ୍ଥ୍ୟ) ଅସୋସିଏସନ ଅଫ ଇଣ୍ଡିଆ(ଚାଏ) ସଂସ୍ଥା ଏବଂ ‘ବିକାଶ’ ସ୍ୱେଛାସେବୀ ସଙ୍ଗଠନର ମିଳିତ ଆନୁକୁଲ୍ୟରେ ସିଂହବ୍ରହ୍ମପୁର ଉତ୍କଳ ଗୌରବ ବିଦ୍ୟାନିକେତନ ପରିସରରେ ‘ରିଙ୍ଗ୍ ଦ ବେଲ୍’ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟରେ ପ୍ରବେଶ ନିମନ୍ତେ ସ୍ୱାଗତ ଜଣାଇବା ଏବଂ ଅନ୍ୟ ମାନଙ୍କ ଭଳି ସେମାନଙ୍କର ମଧ୍ୟ ମୈାଳିକ ଅଧିକାର ରହିଛି ବୋଲି ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ  ବୋଲି ‘ବିକାଶ’ ଅନୁଷ୍ଠାନର ମୁଖ୍ୟ ସଂଯୋଜିକା ସୁଷମା ଆରୋରା ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ। ଉତ୍କଳ ଗୌରବ ବିଦ୍ୟାନିକେତନର ୨୫୦ଜଣ ବିଦ୍ୟାର୍ଥ ଏଥିରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ ଭାଗିରଥି ପ୍ରଧାନ, ସମିତିସଭ୍ୟ ରୋହିତ ପ୍ରଧାନ, ବିକାଶ ଅନୁଷ୍ଠାନର ପ୍ରକଳ୍ପ ନିର୍ଦେଶକ ଆଶୁତୋଷ ହୋତା, ‘ବିକାଶ’ର ଆଞ୍ଚଳିକ ସଂଯୋଜକ ନରେନ୍ଦ୍ର ପ୍ରଧାନ, ଏମଆରଡବ୍ଲ୍ୟୁ ଦିପାଲିନ ସ୍ୱାଇଁ, ପୂଜା ବରାଳ,  ସୁଭ୍ରଦ୍ରା ମହାନ୍ତି ଓ ସାମ୍ବାଦିକ ରାଜକିଶୋର ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ।

Comments are closed.