‘ଦୋଷୀକୁ ଫାଶି ଦଣ୍ଡ ମିଳିଲେ ମୋ ଝିଅ ଆତ୍ମାକୁ ଶାନ୍ତି ମିଳିବ’

0

ଭୁବନେଶ୍ବର: ପିପିଲି ଗଣବଳାତ୍କାର ମାମଲାରେ ବିବାଦୀୟ ବୟାନ ଦେଇ ରାଜ୍ୟ କୃଷିମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ପୀଡିତାଙ୍କ ଭାଇ ଅମୂଲ୍ୟ ବେହେରା କହିଛନ୍ତି ଯେ ମନ୍ତ୍ରୀ ପଦ ରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଉପରେ ଆମର କିଛି କହିବାର ନାହିଁ । ଦୋଷୀ ଦଣ୍ଡ ପାଇବା ଓ ଆମକୁ ନ୍ୟାୟ ମିଳିବା ହେଉଛି ଆମର ଦାବି । ପୀଡିତାଙ୍କ ମା କମଳା ବେହେରା କହିଛନ୍ତି ଯେ କ୍ରାଇମ ବ୍ରାଞ୍ଚ ତଦନ୍ତରେ ତ୍ରୁଟି ଯୋଗୁଁ ଦୋଷୀ ଆଜି ନିର୍ଦୋଷ ସାବ୍ୟସ୍ତ ହୋଇ ବାହାରେ ବୁଲୁଛି । ଦୋଷୀକୁ ଫାଶି ଦଣ୍ଡ ମିଳିଲେ ମୋ ଝିଅ ଆତ୍ମାକୁ ଶାନ୍ତି ମିଳିବ ଓ ଆମେ ନ୍ୟାୟ ପାଇବୁ ବୋଲି ପୀଡିତାଙ୍କ ମା’ କୋହଭରା କଣ୍ଠରେ କହିଛନ୍ତି ।

Leave A Reply