ପିପିଲି ଗଣ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ; ଅଭିଯୁକ୍ତ ନିର୍ଦ୍ଦୋଶ ସାବ୍ୟସ୍ତ

0

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପିପିଲି ଗଣ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଛନ୍ତି ।  ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ସୋମବାର ମାମଲାର ରାୟ ଶୁଣାଇଛନ୍ତି । ଦୁଇ ଅଭିଯୁକ୍ତ ତଥା ଦୁଇ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଅଦାଲତ ନିର୍ଦ୍ଦୋଶ ସାବ୍ୟସ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲା ପିପିଲି ଥାନା ଅର୍ନ୍ତଗତ ଅର୍ଜୁନଗୋଦା ଗ୍ରାମର ଜଣେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା । ସେହି ସମୟରେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟିକରିଥିଲା । ରାଜ୍ୟ ମାନବାଧିକାର କମିଶନ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ରାଜ୍ୟ ସରକାର ଏହି ମାମଲାର ତଦନ୍ତ ପାଇଁ ୨୦୧୨ରେ ଜଷ୍ଟିସ୍‌ ପି. କେ ମହାନ୍ତି କମିଶନ ନିଯୁକ୍ତ କରିଥିଲେ। ପ୍ରଥମେ  ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ପ୍ରଧାନକୁ ଜଟଣୀ ଅଞ୍ଚଳରୁ ଗିରଫ କରାଯାଥିଲା । ଏହା ପରେ ଆଉ ୪ ଅଭିଯୁକ୍ତ ଗୁନ ସ୍ୱାଇଁ, ପ୍ରେମାନନ୍ଦ ନାଏକ, ସୁକାନ୍ତ ପ୍ରଧାନଙ୍କୁ ଗିରଫ କରାଯାଇଥିଲା ।

ତେବେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ କୋମାରେ ରହିବା ପରେ ୨୦୧୨ ଜୁନ ୨୧ରେ ପୀଡିତା ପ୍ରାଣ ହରାଇଥିଲା । ଅନ୍ୟ ପକ୍ଷରେ ୨୦୧୬ ମାର୍ଚ୍ଚ ୩୦ ତାରିଖ ଦିନ ଜଷ୍ଟିସ୍ ପି.କେ. ମହାନ୍ତି କମିଶନ ଚୂଡାନ୍ତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।

Leave A Reply