ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଥାନାରେ ମାମଲା ରୁଜ୍ଜୁ

ପିପିଲି: ପିପିଲି ଥାନା ଅଞ୍ଚଳର ଜନୈକା ୧୫ବର୍ଷିୟା ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ସହ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଶୁକ୍ରବାର ପିପିଲି ପୁଲିସରେ ଅଭିଯୋଗ ହୋଇଛି। ଏନେଇ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

ଜଣେ ଦଳିତ ସଂପ୍ରଦାୟର ନାବାଳିକା ଘରେ ଏକୁଟିଆ ଥିବା ସମୟରେ ତା’ପ୍ରତି ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସେ ଘର ଓଳାଉ ଥିବା ବେଳେ କବି ସାହୁ (୪୫) ନାମକ ଜଣେ ଯୁବକ ହଠାତ୍‍ ଘର ମଧ୍ୟରେ ପ୍ରବେଶ କରି ଘରର କବାଟକୁ ବନ୍ଦ କରିଦେବା ସହ ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକାର ତଣ୍ଟିକୁ ଚିପି ତାକୁ ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲା। ନାବାଳିକା ଜଣକ ବେହୋସ ହୋଇଯିବା ପରେ ଅଭିଯୁକ୍ତ ସେଠାରୁ ଫେରାର୍‍ ହୋଇଯାଇଥିଲା। ଖବର ପାଇ ନାବାଳିକାର ପରିବାର ଲୋକେ ସେଠାରେ ପହଞ୍ଚି ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିପିଲି ଡାକ୍ତରଖାନାକୁ ନେଇଥିଲେ। ପରେ ସେଠାରୁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇ ନାବାଳିକାର ଚିକିତ୍ସା କରାଯାଇଥିବା ସୂଚନା ମିଳିଛି। ଏସଂପର୍କରେ ନାବାଳିକାର ବାପା ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି।

Comments are closed.