ଚିତ୍ର ମାଧ୍ୟମରେ ରଙ୍ଗ ତୂଳୀ କଳାକାର ସଂଘର କରୋନା ସଚେତନତା ବର୍ତ୍ତା

ପିପିଲି : ରଙ୍ଗତୂଳୀ କଳାକାର ସଂଘ ପକ୍ଷରୁ ପିପିଲି ପୌରାଞ୍ଚଳରେ ଚିତ୍ର ମାଧ୍ୟମରେ ‘କରୋନା’ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ସଂଘର ଲୋକନାଥ ବେହେରା, ଶରତ ବେହେରା, ରମେଶ ଦାସଙ୍କ ନେତୃତ୍ୱରେ ୨୫ରୁ ଅଧିକ କଳାକାରମାନେ ସାଧାରଣରେ ସଚେତନତା ବାର୍ତ୍ତା ବାଣ୍ଟିବା ସହ ପିପିଲି ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ଲକ, ତହସିଲ, ଟୋଲଗେଟ ଓ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ରଙ୍ଗତୂଳୀରେ ଚିତ୍ର ଓ ଲେଖା ମାଧ୍ୟମରେ ଲୋକମାନଙ୍କୁ ସାମାଜିକ ଦୂରତା ପାଳନ କରିବା, ଘରେ ରହିବା, ବାହାରେ ଛେପ ନପକାଇବା ଆଦି ବାର୍ତ୍ତା ଦେଇଛନ୍ତି । ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Comments are closed.