ଅସହାୟଙ୍କୁ କମ୍ବଳ ବାଣ୍ଟିଲା ପୁଲିସ

ପିପିଲି: ଶୀତରେ ଥରୁଥିବା ଅସହାୟଙ୍କୁ ଗୁରୁବାର ରାତିରେ ପିପିଲି ପୁଲିସ କମ୍ବଳ ବଣ୍ଟନ କରିଛି। ପିପିଲି ବ୍ଲକଛକ ସ୍ଥିତ କେଳାବସ୍ତି, ବାଇପାସ ରାସ୍ତାର ତରାକାଜ ଓଭରବ୍ରିଜ୍‍ ଓ ଏନ୍‍ଏସି ଅଫିସ ନିକଟରେ ଖୋଲା ଆକାଶ ତଳେ ଓ ପଲିଥିନ ମଧ୍ୟରେ ଆଶ୍ରୟ ନେଇଥିବା ୨୨ ଜଣ ଗରୀବ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ ଆଇଆଇସି ଶରତ କୁମାର ସାହୁ କମ୍ବଳ ବଣ୍ଟନ କରିଥିଲେ। ଏଥିରେ ଏସ୍‍ଆଇ ସନ୍ଦୀପ କୁମାର ଦାସ, ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ଓ ହେମନ୍ତ କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ।

Comments are closed.