ଡେଙ୍ଗୁରେ ମହିଳା ଗୁରୁତର

0

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରୀ ଗ୍ରାମର ଦ୍ରୌପଦୀ ବିଶ୍ୱାଳ(୪୫) ନାମ୍ନୀ ମହିଳା ଡେଙ୍ଗୁ ରୋଗରେ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଛି। ଖବରଅନୁସାରେ ଖଣ୍ଡିଆଗିରୀ ଗ୍ରାମର ପ୍ରସନ୍ନ ବିଶ୍ୱାଳଙ୍କ ପତ୍ନୀ ଦ୍ରୌପଦୀ ଗତ ୨୪ ତାରିଖ ସକାଳେ ହଠାତ୍‍ ବେହୋସ ହୋଇ ପଡିବା ପରେ ତାଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସପିଟାଲ୍‍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ରକ୍ତ ନମୁନାରୁ ଡେଙ୍ଗୁ ପଜେଟିଭ୍‍ ବାହାରିଥିଲା। ତାଙ୍କ ଅବସ୍ଥାରେ ଅବନତି ହେବା ପରେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ଆଜି ସଂନ୍ଧ୍ୟାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଉକ୍ତ ଖଣ୍ଡିଆଗିରୀ ଗ୍ରାମର ଅନ୍ୟ ଦୁଇଜଣ ମହିଳା ମଧ୍ୟ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳବାସୀ ଭୟଭିତ ହୋଇପଡଛନ୍ତି। ତେବେ ଏସମ୍ପର୍କରେ ପୁରୀ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ଖଣ୍ଡିଆଗିରୀ ଗ୍ରାମରେ ଅଦ୍ୟାବଧି କୌଣସି ପ୍ରକାର ସଚେତନତା କିମ୍ବା ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏଦିଗରେ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Comments
Loading...