ପିପିଲି କୋର୍ଟରେ ମଧ୍ୟସ୍ଥତା କେନ୍ଦ୍ର ଉଦ୍‍ଘାଟିତ

ପିପିଲି: ପିପିଲି କୋର୍ଟ ପରିସରରେ ନବନିର୍ମିତ ମଧ୍ୟସ୍ଥତା କେନ୍ଦ୍ର ଗୁରୁବାର କୋଭିଡ୍‍ ଗାଇଡ୍‍ଲାଇନ ପାଳନ ପୂର୍ବକ ଉଦ୍‍ଘାଟିତ ହୋଇଯାଇଛି। ପିପିଲି ସହକାରୀ ଦୌରାଜଜ୍‍ ନିବେଦିତା ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍‍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପିପିଲିର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ ଚିନ୍ମୟ କୁମାର ପାଢୀ ଓ ଏହି କେନ୍ଦ୍ରର ମଧ୍ୟସ୍ଥତା ଅଧିକାରୀ ତଥା ବରିଷ୍ଠ ଓକିଲ ରମାକାନ୍ତ ସାହୁଙ୍କ ସମେତ ଅଦାଲତର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ମଧ୍ୟସ୍ଥତା କେନ୍ଦ୍ରରେ ବିଭିନ୍ନ ମାମଲାର ଆପୋଷ ବୁଝାମଣା ଭିତ୍ତିରେ ଉଭୟ ପକ୍ଷଙ୍କ ମଧ୍ୟରେ ମୋକଦ୍ଦମାର ଫଏସଲା କରାଯିବ ବୋଲି ସୂଚନା ମିଳିଛି।

Comments are closed.