ସଂକ୍ରମିତଙ୍କ ଘରକୁ ବିଶୋଧନ କଲେ ଆଶାକର୍ମୀ

ପିପିଲି: ଦିନକୁ ଦିନ ପିପିଲି ବ୍ଲକ ଓ ଏନ୍‍ଏସି ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଏହା ସହ ଲୋକଙ୍କୁ କରୋନା ସଂପର୍କରେ ସଚେତନ କରାଇବା ସହ ସରକାରଙ୍କ କୋଭିଡ୍‍ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦେଉଛନ୍ତି।

ଗୁଡିଆପୋଖରୀ ଅଞ୍ଚଳର ଆଶା କର୍ମୀ ମଞ୍ଜୁବାଳା ଦେବୀ ନିକଟବର୍ତ୍ତୀ ତଲଉ ଓ ମାଟିଆପଡା ଗ୍ରାମର ୫୮ଟି ଘରକୁ ବିଶୋଧନ କରି ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏଥିସହ ଉକ୍ତ ଅଞ୍ଚଳର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଘରକୁ ମଧ୍ୟ ସେ ବିଶୋଧନ କରିଛନ୍ତି। ଦୁଇଟି ଯାକ ଗ୍ରାମରେ ଥିବା ସର୍ବସାଧାରଣ ସ୍ଥାନକୁ ସେ ବିଶୋଧନ କରିବା ସହ ଲୋକଙ୍କୁ କରୋନା ସଂପର୍କରେ ସଚେତନ କରି ସରକାରଙ୍କ ନିୟମକୁ କଡାକଡି ଭାବେ ପାଳନ କରିବା ସହ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ମଞ୍ଜୁଲତାଙ୍କ ଏଭଳି ମହାନ ସେବା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Comments are closed.