ପାଣିମୋଟର ଚୋରି ଅଭିଯୋଗ: ଦୁଇ ଗିରଫ ସହ ଅଟୋରିକ୍ସା ଜବତ

ପିପିଲି: ଉତ୍ତରାଶାସନ ଗ୍ରାମର ବିନୋଦିନି ମହାପାତ୍ରଙ୍କ ଘରୁ ଏକ ପାଣିମୋଟର ଚୋରି ଅଭିଯୋଗରେ ପିପିଲି ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇ ଜଣ ଚୋରି ପାଇଁ ବ୍ୟବହାର କରିଥିବା ଅଟୋ ରିକ୍ସାକୁ ମଧ୍ୟ ପୁଲିସ ଜବତ କରି ଅନୁସନ୍ଧାନ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ପିପିଲି ପୁଲିସ ପକ୍ଷରୁ ଏକ ପାଣିମୋଟର ଚୋରି ଅଭିଯୋଗରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଉତ୍ତରା ବାଲିସାହି ଅଞ୍ଚଳର ଜଗନ୍ନାଥ ମାଣିଆ(୨୪) ଓ ଧଉଳି ଥାନା ନୂଆଖରପାଟଣା ଅଞ୍ଚଳର କୈଳାଶ ବେହେରା(୩୦)ଙ୍କୁ ପାଣିମୋଟର ଚୋରି ଅଭିଯୋଗରେ ଗିରଫ କରିଛି। ଏହି ଚୋରିରେ ବ୍ୟବହୃତ ଏକ ଅଟୋରିକ୍ସାକୁ ପୁଲିସ ଜବତ କରିଛି । ଉତ୍ତରାଶାସନ ଗ୍ରାମର ବିନୋଦିନି ମହାପାତ୍ରଙ୍କ ଘରୁ ଏକ ପାଣିମୋଟର ଚୋରି ହୋଇଥିବା ସମ୍ପର୍କରେ ସେ ପୁଲିସରେ ଅଭିଯୋଗ କରିଥିଲେ। ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

Comments are closed.