ଭୋଜି ଖାଇ ଶତାଧିକ ଅସୁସ୍ଥ

ପିପିଲି : ବିବାହ ଭୋଜି ଖାଇ ଶତାଧିକ ଲୋକେ ଅସୁସ୍ଥ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲା କଣାସ ବ୍ଲକ ସହନା ଗାଁରେ ଘଟିଥିବା ନେଇ ଖବର ମିଳିଛି। ଏକ ବିବାହ ଭୋଜିରେ ଖାଇବା ପରେ ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହେବା ସହ ବହୁ ଲୋକେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।
କାଲି ମଧ୍ୟାନ୍ନ ସମୟରେ ସହନା ଗାଁରେ ଏକ ବିବାହ ଉତ୍ସବରେ ଲୋକେ ଯୋଗ ଦେଇ ଖାଦ୍ୟ ଖାଇବା ପରେ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳିଛି।

Comments are closed.