ପିପିଲିରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା

ପିପିଲି: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପିପିଲିର ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ଓ ନେହେରୁ ଯୁବକେନ୍ଦ୍ର ପୁରୀର ମିଳିତ ଆନୁକୂଲ୍ୟରେ ଶନିବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିପିଲିରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଜାଗୃତି ସାଂସ୍କୃତିକ ଯୁବ ସଂଗଠନର ସଭାପତି ସମାଜସେବୀ ପ୍ରଭାତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପିପିଲି କୋର୍ଟ ଛକ ଠାରୁ ଏହି ପଦଯାତ୍ରା ବାହାରି ହାଟଛକ, ଥାନାଛକ, ଚାନ୍ଦୁଆବଜାର ଦେଇ ସଙ୍କଟ ମୋଚନ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହାକୁ ପିପିଲିର ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା ଉଦ୍‍ଘାଟନ କରିଥିଲେ । ଏଥିରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସମେତ ଦିଶା ଇନ୍‍ଷ୍ଟିଚ୍ୟୁଟ୍‍ର ଛାତ୍ରଛାତ୍ରୀ, ବିଭିନ୍ନ ଯୁବ ସଂଗଠନର କର୍ମକର୍ତ୍ତାଙ୍କ ସମେତ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ ।
ଏହି ଅବସରରେ ସଂଗଠନର ସଭାପତି ଶ୍ରୀମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଅତିରିକ୍ତ ତହସିଲଦାର ଶ୍ରୀବେହେରା, ସଂପାଦକ ବିଭୂନି ଚନ୍ଦ୍ର ସାମନ୍ତରାୟ, ଇଂ.ରମେଶ ଚନ୍ଦ୍ର ଶତପଥି, ଅଧ୍ୟାପକ ସଚ୍ଚିକାନ୍ତ ନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ, ବାପୁ ବେହେରା, ଜୀବନଜୟ ରାଉତରାୟ, ବିକାଶ ଅଗ୍ରୱାଲା, ଶତୃଜିତ ଦାଶ, ଚନ୍ଦନ ପ୍ରଧାନ ପ୍ରମୁଖ ଯୋଗଦେଇ ସର୍ଦ୍ଦାର ପଟେଲଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ରାଷ୍ଟ୍ରୀୟ ଏକତା ଦିବସ ପାଳନର ଅଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

Comments are closed.