ପିପିଲି: ୩୨ଜଣଙ୍କ ଆଣ୍ଟିଜେନ୍‍ ଟେଷ୍ଟ, ଆଜି ୬ ସଂକ୍ରମିତ

ପିପିଲି:ପିପିଲି ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆଜି ୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ପିପିଲିରେ ମୋଟ୍‍ ୩୨ଜଣଙ୍କର ଆଣ୍ଟିଜେନ୍‍ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ହାଟସାହି ପଞ୍ଚାୟତ ଅନ୍ତର୍ଗତ ଦାନୋଗହିର ଅଞ୍ଚଳର ଜଣେ ୧୮ବର୍ଷିୟ ଯୁବକ ଓ ପୁବାଶାସନ ପଞ୍ଚାୟତର ଜଣେ ୬୦ବର୍ଷିୟ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‍ ଆସିଛି। ପିପିଲି ଅଞ୍ଚଳର ଜଣେ ଡାକ୍ତରଙ୍କ ସମେତ ୨୨ଜଣଙ୍କର ଆର୍‍ଟିପିସିଆର୍‍ ଟେଷ୍ଟ ପାଇଁ ଆଜି ନମୁନା ପଠାଯାଇଛି। ସେହିପରି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ୨୫ ତାରିଖରେ କୋଭିଡ୍‍ ପରୀକ୍ଷା କରାଇଥିବା ରୂପଦେଇପୁର ପଞ୍ଚାୟତର ୭୧ ବର୍ଷିୟ ପୁରୁଷଙ୍କ ରିପୋର୍ଟ ପଜେଟିଭ୍‍ ଆସିଥିବା ବେଳେ ଭୁବନେଶ୍ୱରର ଏକ ସରକାରୀ ଡାକ୍ତରଖାନାରେ ୨୬ ତାରିଖରେ କୋଭିଡ୍‍ ପରୀକ୍ଷା କରାଇଥିବା ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ୨୪ବର୍ଷିୟା ମହିଳା, ନୂଆଶାସନ ପଞ୍ଚାୟତର ୨୫ବର୍ଷିୟା ମହିଳା ଓ ପାଣିଦୋଳ ପଞ୍ଚାୟତର ୨୩ ବର୍ଷିୟ ଯୁବକଙ୍କ ରିପୋର୍ଟ ପଜେଟିଭ୍‍ ଆସିଥିବା ସୂଚନା ମିଳିଛି।

Comments are closed.