ହୁତୁ ହୁତୁ ହୋଇ ଜଳିଥିଲା ଟାଟା ମ୍ୟାଜିକ୍‌‌ ଗାଡ଼ି

ପିପିଲି: ଏକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ନେବାଆଣିବା କାର୍ଯ୍ୟରେ ନିୟୋଜିତ ଥିବା ଏକ ଟାଟା ମ୍ୟାଜିକ୍‌‌ ଗାଡିରେ ହଠାତ୍‌‌ ନିଆଁ ଲାଗି ଜଳିଯାଇଛି। ବ୍ୟାଟେରୀ ସର୍ଟସର୍କିଟ୍‌‌ ଯୋଗୁଁ ଗାଡିରେ ନିଆଁ ଲାଗିବା ଫଳରେ ଗାଡିର ଇଞ୍ଜିନ ସମେତ ସିଟ୍‌‌ ଏବଂ ଅନ୍ୟାନ୍ୟ ରବର ଓ ପ୍ଲାଷ୍ଟିକ ସାମଗ୍ରୀ ଜଳି ଯାଇଥିବା ସୂଚନା ମିଳିଛି। ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଗାଡିଟି ପିପିଲି ମହାବିଦ୍ୟାଳୟ ନିକଟରେ ରଖାଯାଇଥିବା ବେଳେ ହଠାତ୍‌‌ ଗାଡିରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ନିଆଁକୁ ଲିଭାଇବାକୁ ଉଦ୍ୟମ ଚଳାଇଥିବା ବେଳେ ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Comments are closed.