ସିପିଆଇଏମ୍‍ଏଲ୍‍ ପକ୍ଷରୁ ମଦ ବିରୋଧି ଶୋଭାଯାତ୍ରା

0

ପିପିଲି :ସିପିଆଇଏମ୍‍ଏଲ୍‍ ଓ ଅଖିଳ ଭାରତ ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ପିପିଲିରେ ଏକ ମଦ ବିରୋଧି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସିପିଆଇଏମ୍‍ଏଲ୍‍ ଲିବରେସନ ଓ ଅଖିଳ ଭାରତ ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ ଅଶୋକ ପ୍ରଧାନ, ସୁନନ୍ଦ ଗଡନାୟକ, ସର୍ବେଶ୍ୱର ଭାରତୀ, ଜୟନ୍ତ କୁମାର ଦାଶ, ରାଜଶ୍ରୀ ଶତପଥି, ମନ୍ଦାକିନୀ ସେଠୀ, ରାମଚନ୍ଦ୍ର ମହାରଣା ପ୍ରମୁଖଙ୍କ ନେତୃତ୍ୱରେ ପିପିଲିର ତରାକାଜ ଛକ ଠାରୁ ମଙ୍ଗଳବାର ଏକ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ପିପିଲି ବଜାର ପରିକ୍ରମା କରିବା ପରେ ଏସ୍‍ଡିପିଓଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ଶୋଭାଯାତ୍ରା ସମୟରେ ବିଭିନ୍ନ ମଦବିରୋଧି ସ୍ଲୋଗାନ ଦିଆଯାଇଥିବା ବେଳେ ସମଗ୍ର ଓଡିଶାକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପିପିଲି ଏସ୍‍ଡିପିଓଙ୍କୁ ପ୍ରଦାନ କରାଯାଇଥିଲା।

Leave A Reply