ଗୋଷ୍ଠୀ ସଙ୍ଘର୍ଷକୁ ନେଇ ବୋମାମାଡ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜୟପୁର ଶାସନ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ରବିବାର ପୂର୍ବାହ୍ନରେ ଏକ ଗୋଷ୍ଠୀର ୨ଟି ବୋମା ମାଡରେ ଅନ୍ୟ ଗୋଷ୍ଠୀର ୪ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ପିପିଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ଫେରାଇ ଦିଆଯାଇଛି। ଖବରପାଇ ପୁଲିସ ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ପୁଲିସ ନିକଟରେ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଜଣାପଡିଛି।

Comments are closed.