ବାଲା ବିକାଶ ସଂଗଠନ ପକ୍ଷରୁ ରିଲିଫ୍‍ ସାମଗ୍ରୀ ବଣ୍ଟନ

ପିପିଲି :ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ବାଲା ବିକାଶ ସଂଗଠନ ଓ ଆମାଜନ ପକ୍ଷରୁ ପିପିଲି ବ୍ଳକ ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‍ କିଟ୍‍ ଓ ସାମଗ୍ରୀ ବଣ୍ଟନ କରାଯାଇଛି। ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଅନୁରୋଧ କ୍ରମେ ଆମାଜନ ଓ ବାଲା ବିକାଶ ସଂଗଠନ ପକ୍ଷରୁ ପୋପରଙ୍ଗା ପଞ୍ଚାୟତର ବାଲିକୁଦା, ଦକ୍ଷିଣନୂଆଗାଁ ଓ ପାଚଲପୁର ଆଦି ଗ୍ରାମର ବନ୍ୟା ପ୍ରଭାବିତ ପରିବାରକୁ ପାଲ, ମଶାରୀ, ବାଲ୍‍ଟି, ସାବୁନ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ବଣ୍ଟନ କରାଯାଇଛି। ବିଜେଡିର ପୁରୀ ଜିଲା ସାଧାରଣ ସଂପାଦକ କିଶୋର କୁମାର ଛୋଟରାୟଙ୍କ ସହଯୋଗରେ ସଂଗଠନର ପ୍ରୋଗ୍ରାମ ମ୍ୟାନେଜର ତିରୁପତି ପି. ଶିବରାମ ଏମ୍‍, ଚିତ୍ତରଞ୍ଜନ ପ୍ରଧାନ ଓ ସଭିଲ ଇଞ୍ଜିନିୟର ଚନ୍ଦନ କୁମାର ବେହେରା ପ୍ରମୁଖ ଏହି ରିଲିଫ୍‍ ସାମଗ୍ରୀ ଓ କିଟ୍‍କୁ ବଣ୍ଟନ କରିଥିଲେ।

Comments are closed.