ପିପିଲି-ଜଟଣି ରାସ୍ତା ଉପରେ ପ୍ରବାହିତ ହେଉଛି ୨ ଫୁଟର ବନ୍ୟା ଜଳ

ପିପିଲି: ଫୁଲୁଛି ପିପିଲିରେ ପ୍ରବାହିତ ହେଉଥିବା ଦୟା ନଦୀ । କଣ୍ଟି ଠାରେ ଥିବା କାଜରୁ ବନ୍ୟାଜଳ ବାହାରି ରାସ୍ତା ଉପରେ ପ୍ରବାହି ହେଉଛି । ପିପିଲି-ଜଟଣି ରାସ୍ତାର ବାରିମୂଳ ଠାରୁ କଣ୍ଟି ପର୍ଯ୍ୟନ୍ତ ୭ଶହ ମିଟର ରାସ୍ତା ଉପରେ ୨ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି l ନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସଜାଗ ରହିଛି । ଆଜି ଦିନ ୧୧ଟା ସୁଦ୍ଧା ଦୟା ନଦୀର ମାଧିପୁର ଠାରେ ଥିବା କାଜରୁ ନିର୍ଗତ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେବାର ଆଶଙ୍କା ରହିଛି l

 

 

 

Comments are closed.