ପିପିଲିରେ ଜାଗର ମହୋତ୍ସବ

0

ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଜାଗର ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ଶୈବପୀଠମାନଙ୍କରେ ଏଥିପାଇଁ ସୋମବାର ପ୍ରତ୍ୟୁଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଭଜନ ସମାରୋହ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସିଦ୍ଧେଶ୍ବର ଦେବ ସୋସିଆଲ ଅର୍ଗାନାଇଜେସନ ଆନୁକୂଲ୍ୟରେ ପିପିଲି ହାଟଛକ ସ୍ଥିତ ପ୍ରଭୁ ଶ୍ରୀ ସିଦ୍ଧେଶ୍ବର ଦେବଙ୍କ ପୀଠରେ ଆୟୋଜିତ ୨୫ତମ ଜାଗର ମହୋତ୍ସବ ସମାରୋହରେ ଉଦ୍‍ଘାଟିତ ହୋଇଯାଇଛି। ଉକ୍ତ ପୀଠରେ ପୂର୍ବାହ୍ନରେ ବିଶ୍ୱଶାନ୍ତି ଯଜ୍ଞ, ନାମ ସଂକୀର୍ତ୍ତନ କରାଯାଇଥିଲା। ସଂନ୍ଧ୍ୟାରେ ଅନୁଷ୍ଠାନର ସଭାପତି ସମାଜସେବୀ ବିଷ୍ଣୁପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ମାନେ ଜାଗର ଉତ୍ସବର ମହାତ୍ମ୍ୟ ସଂପର୍କରେ ଆଲୋକପାତ କରିଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply