ହଠାତ ଟ୍ରକର ଷ୍ଟାର୍ଟ ବନ୍ଦ ହୋଇଗଲା, ୨ଘଣ୍ଟା ଟ୍ରାଫିକ ଜାମ୍

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଚାନ୍ଦୁଆ ବଜାରର ମୁଖ୍ୟ ଟ୍ରାଫିକ ଛକ ଠାରେ ସୋମବାର ଅପରାହ୍ନରେ ଏକ ଟ୍ରକ ଫସି ରହିବା କାରଣରୁ ୨ଘଣ୍ଟା ଧରି ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହେବା ସହ ଗୁରୁତର ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ନିମାପଡା ଅଭିମୁଖେ ଯାଉଥିବା ଏକ ଚିପ୍ସ ବୋଝେଇ ଟ୍ରକ ସୋମବାର ଅପରାହ୍ନ ୩ଟା ସମୟରେ ପିପିଲି ଚାନ୍ଦୁଆ ବଜାର ଟ୍ରାଫିକ୍‍ ଛକରେ ଫସି ଯାଇଥିଲା। ଟ୍ରାଫିକ ଛକରେ ନିମାପଡା ରାସ୍ତାକୁ ଯିବା ପାଇଁ ଟ୍ରକଟି ବୁଲାଉଥିବା ସମୟରେ ହଠାତ ଗାଡିର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ଚାଳକ ଜଣକ ଯେତେ ଚେଷ୍ଟା କଲେ ମଧ୍ୟ ଗାଡି ଷ୍ଟାର୍ଡ ହୋଇନଥିଲା। ଫଳରେ ଉକ୍ତ ରାସ୍ତା ଦେଇ ଅନ୍ୟ ଭାରି ଓ ହାଲୁକା ଯାନ ଗୁଡିକ ଯିବାରେ ସମସ୍ୟା ସୃଷ୍ଟି ହେବା ସହ ଗୁରୁତର ଟ୍ରାଫିକ୍‍ ଉପୁଜିଥିଲା। ପିପିଲି ଥାନା ଏଏସ୍‍ଆଇ ମନୋରଞ୍ଜନ ପରିଡା ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍‍ ନିୟନ୍ତ୍ରଣ କରିଥିବା ବେଳେ ଅନ୍ୟାନ୍ୟ ଭାରିଯାନ ଓ ଚାରିଚକିଆ ଗାଡିଗୁଡିକ ଟୋଲପ୍ଲାଜା ନିକଟ ଜାତୀୟ ରାଜପଥ କ୍ରସିଂ ଦେଇ ନିମାପଡା ଅଭିମୁଖେ ଯାତାୟତ କରିଥିଲା। ମେକାନିକ ଆସି ନୂତନ ବ୍ୟାଟେରୀ ଲଗାଇ ଉକ୍ତ ଟ୍ରକ୍‍ର ମରାମତି କରିବା ପରେ ଅପରାହ୍ନ ୫ଟାରେ ଯାତାୟତ ସ୍ୱାଭାବିକ ହୋଇଥିଲା।

Comments are closed.