ଟ୍ରକ ଧକ୍କାରେ ବାଇକ ଚାଳକ ଗୁରୁତର

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‍ଗେଟ୍‍ ନିକଟ ପିପିଲି ପ୍ରବେଶପଥ ନିକଟରେ ସୋମବାର ଅପରାହ୍ନରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‍ପିଟାଲ୍‍ରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଗୁରୁତର ଆହତଙ୍କ ପରିଚୟ ମିଳିନାହିଁ। ସେ ବାଇକ୍‍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପଛରୁ ଦୃତଗତିରେ ଯାଉଥିବା ଏକ ଟ୍ରକ୍‍ ତାଙ୍କୁ ଧକ୍କା ଦେଇ ସେଠାରୁ ଖସି ପଳାଇଥିବା ଜଣାଯାଇଛି। ପିପିଲି ପୁଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.