୬କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ପିପିଲି: ପିପିଲି ଅଞ୍ଚଳରେ ଦିନକୁ ଦିନ ଚୋରା ନିଶା କାରବାର ବୃଦ୍ଧି ପାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଶନିବାର ମଠସାହି ଅଞ୍ଚଳରେ ଚଢାଉ କରାଯାଇ ଜଣେ ନିଶା ବେପାରୀକୁ ଗିରଫ କରାଯିବା ସହ ତା’ ନିକଟରୁ ୬କେଜି ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତର ନାମ ଲକ୍ଷ୍ମଣ ମହାନ୍ତି ଓ ତାଙ୍କ ଘର ଉକ୍ତ ମଠସାହି ଅଞ୍ଚଳରେ ହୋଇଥିବା ବେଳେ ତାକୁ ପୁରୀ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଚୋରା ଗଞ୍ଜେଇ ବିକ୍ରି ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ସାତପଡା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେ, ଏଏସ୍‍ଆଇ ସନ୍ତୋଷ କୁମାର ନାୟକ, ଦୀନବନ୍ଧୁ ବାରିକ, ତପନ କୁମାର ପ୍ରଧାନ, ଅଭିଜିତ ପ୍ରଧାନ, ସଂଜୀବ ହାସ୍ତି, ସବିତା ସାହୁ ପ୍ରମୁଖ ଏହି ଚଢାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ।

Comments are closed.