ଭକ୍ତ ଦାସିଆଙ୍କ ପୀଠରେ ମହାଲକ୍ଷ୍ମୀଙ୍କ ପୂଜା

ପିପିଲି:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ତଥା ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତର ବାଲିଗାଁ ସ୍ଥିତ ଭକ୍ତ ଦାସିଆଙ୍କ ସ୍ମୃତିପୀଠ ପରିସରସ୍ଥ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରରେ ପୁରୀ ଶ୍ରୀମନ୍ଦିର ନୀତିକାନ୍ତି ଅନୁଯାଇ ମଙ୍ଗଳବାର ପୂଜାତ୍ସୋବ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରେ ମନ୍ଦିର ପରିସରରେ ସୂର୍ଯ୍ୟପୂଜା, ଗୋପୂଜା, ଦ୍ୱାରପାଳ ପୂଜା, ପଞ୍ଚଉପଚାର ପୂଜା ସହ ମା’ଙ୍କ ଷୋଡଶ ଉପଚାରରେ ପୂଜାନୀତି ସଂପନ୍ନ ହୋଇଥିଲା।

 

ମନ୍ଦିରର ମୁଖ୍ୟପୂଜକ ରମେଶ ଚନ୍ଦ୍ର ପଣ୍ଡା ସମସ୍ତ ନୀତିକାନ୍ତି ସଂପନ୍ନ କରିଥିବା ବେଳେ ଭକ୍ତ ଦାସିଆ ସ୍ମୃତି କମିଟିର ସ୍ୱରୁପ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ତୃପ୍ତିମୟୀ ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଳାଇଥିଲେ। ସମସ୍ତ କାର୍ଯ୍ୟକୁ ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ, ବରିଷ୍ଠ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲ, ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁ, ଆଞ୍ଚଳିକ କମିଟି ସଦସ୍ୟ କୃଷ୍ଣଚନ୍ଦ୍ର ଲେଙ୍କା, କବିନ୍ଦ୍ର ବେହେରା, ସଞ୍ଜୟ ସାହୁ, ସାଗର ବଳ, ଗିରିଧାରୀ ପଲାଇ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.