ପାରିବାରିକ କଳହର କରୁଣ ପରିଣତି, ସ୍ଵାମୀର ଆତ୍ମହତ୍ୟା ପରେ ନିଜ ତଣ୍ଟି କାଟିଲା ସ୍ତ୍ରୀ

ଦିନକୁ ଦିନ ବଢି ଚାଲିଥିବା ପାରିବାରିକ କଳହର ପରିଣତି ଯେ ଏମିତି ହୋଇପାରେ, ତାହା ବିଶ୍ୱାସର ବାହାରେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପିପିଲି ଥାନା ଅନ୍ତର୍ଗତ ନିର୍ମଳା ଗ୍ରାମରେ। ଘରୋଇ କଳି ଉଗ୍ର ରୂପ ଧାରଣ କରିଛି। କୌଣସି କାରଣକୁ ନେଇ ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସ୍ୱାମୀ ବ୍ରଜକିଶୋର ସାହୁ (୬୨) ଆତ୍ମହତ୍ୟା କରିଛନ୍ତି। ପରେ ପରେ ସ୍ତ୍ରୀ ନିଜ ତଣ୍ଟି କାଟି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପିପିଲି ପୁଲିସ ଓ ସାତଶଂଖ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି।

Comments are closed.