ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୪୩ ୟୁନିଟ୍‍ ରକ୍ତ ସଂଗ୍ରହ

ପିପିଲି: ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ଅଭିଯାନରେ ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଭୋଗପାଟେଳି ପାଠାଗାର ପରିସରରେ ମଙ୍ଗଳବାର ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୪୩ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।

ଏହି ରକ୍ତଦାନ ଶିବିରକୁ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଉଦ୍‍ଘାଟନ କରିବା ଅବସରରେ ରକ୍ତଦାନର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜୀବନ ବିନ୍ଦୁ ଜିଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ସହ-ସଂଯୋଜକ ଭଗବାନ ପଢିଆରୀ, ପୁରୀ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର କୁମାର ଛୋଟରାୟ, ଯୁବନେତା ନରେନ୍ଦ୍ର ସ୍ୱାଇଁ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଗଦାଧର ଦାଶ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କଟକ କେନ୍ଦ୍ରୀୟ ରେଡ୍‍କ୍ରସ ରକ୍ତଭଣ୍ଡାର ଡାକ୍ତର ସୁଶାଂସୁ ଶତପଥୀ ସମେତ ସଂଯୋଜକ ଅବିନାଶ ଦାଶ ଓ ଅନ୍ୟ କର୍ମଚାରମାନେ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ୪୩ ୟୁନିଟ୍‍ ରକ୍ତ ସଂଗ୍ରହ କରିଥିଲେ।

Comments are closed.