ଭଗବାନ ବୁଦ୍ଧଦେବଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ପିପିଲି:ପିପିଲି ନିକଟବର୍ତ୍ତୀ ଜଗନ୍ନାଥପୁର ଗ୍ରାମସ୍ଥିତ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘର ରାଜ୍ୟ କାର୍ଯ୍ୟାଳୟ ପରିସରରେ ଭଗବାନ ବୁଦ୍ଧଦେବଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଦିନ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୌଦ୍ଧ ସନ୍ୟାସୀ ଧର୍ମାଲୋକ ବନ୍ତେ ଓ ଭୁବନେଶ୍ୱର ବୁଦ୍ଧବିହାର ର ସୌରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ବିଗ୍ରହ ପ୍ରତିଷ୍ଠାରେ ସହଯୋଗ କରିଥିଲେ। ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଏହି ଅବସରରେ ସେଠାରେ କେତେକ ଗରୀବ ବ୍ୟକ୍ତିଙ୍କୁ ଅନ୍ନ ଓ ବସ୍ତ୍ରଦାନ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆ (ଆର୍‍ପିଆଇ)ର ରାଜ୍ୟ ଅଧ୍ୟକ୍ଷ ଶେଖ୍‍ ଅବଦୁଲ ୱାଲି, ପିପିଲି ଉପନିର୍ବାଚନରେ ଆର୍‍ପିଆଇ ବିଧାୟକ ପ୍ରାର୍ଥୀ ମହମ୍ମଦ ଇମାମୁଦ୍ଦିନ, ମହାସଂଘର ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ସୁଜାତା ଭୋଇ, ମିନାକ୍ଷୀ ସେଠୀ, ଦଳିତ ନେତା ପ୍ରକାଶ ଭୋଇ, ଶରତ ବେହେରା, ରବିନ୍ଦ୍ର ସେଠୀଙ୍କ ସମେତ ବହୁମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ।

Comments are closed.