ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

0

ପିପିଲି : ପିପିଲି ଶ୍ରୀରାମନଗର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଷୋଡଶ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଶିକ୍ଷାକେନ୍ଦ୍ରର ସମ୍ପାଦିକା ତରୁନପ୍ରଭା ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ପିପିଲି ଥାନାର ଆଇଆଇସି ଶରତ କୁମାର ସାହୁ ଯୋଗଦେଇ ଗାନ୍ଧି, ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଲମଣିଷ ଓ ଦେଶସେବକ ଭାବେ ନିଜକୁ ଗଢିତୋଳିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ, ପୁରୀର ଅଧ୍ୟକ୍ଷ ସୁଦର୍ଶନ ବେହେରା, ସାମ୍ବାଦିକ ବିଶ୍ୱଜିତ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ରମାକାନ୍ତ ସାହୁ, ଯୁବ ସମାଜସେବୀ ଶାରଦାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସଭାପତି ସତ୍ୟବ୍ରତ ନନ୍ଦ ଅତିଥି ପରିଚୟ, ସ୍ୱାଗତଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply