ପିପିଲିରେ ଲେଖାଶ୍ରୀଙ୍କ କୁଶପୁତଳିକା ଦାହ

ପିପିଲି : ପୁରୀ ସଂପର୍କରେ ବିବାଦୀୟ ମନ୍ତବ୍ୟ ପ୍ରଦାନକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବିରୋଧରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପିପିଲି ଠାରେ ଲେଖାଶ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ପିପିଲି ବ୍ଲକର ଯୁବ ବିଜେଡି ନେତା ବିଜୟ କୁମାର ମହାପାତ୍ର, ଜ୍ୟୋତିରଞ୍ଜନ ପୃଷ୍ଟି, ରଶ୍ମିରଞ୍ଜନ ବରାଳ, ବିଶ୍ୱଜିତ ଦାଶ,  ପ୍ରକାଶ ସାହୁ, ବିଶ୍ୱଜିତ ସାହୁ, ଛାତ୍ର ବିଜେଡି ନେତା ସୌମ୍ୟରଞ୍ଜନ ମହାପାତ୍ର, ପିଙ୍କୁ ପ୍ରଧାନ, ବବୁଲ ସ୍ୱାଇଁ, ଡେଲାଙ୍ଗ ବ୍ଲକ ଛାତ୍ର ବିଜେଡି ନେତା ସୁଦିପ୍ତ ନାୟକ, ସୁଦର୍ଶନ ଛାଟୋଇ, ରଶ୍ମିରଞ୍ଜନ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଯୁବ ଓ ଛାତ୍ର ବିଜେଡିର ସଦସ୍ୟମାନେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ଲେଖାଶ୍ରୀଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରାବାଜୀ କରିବା ସହ ତାଙ୍କ ବିବାଦୀୟ ମନ୍ତବ୍ୟକୁ କଡା ସମାଲୋଚନା କରିଥିଲେ । ପରେ ସେଠାରେ ସେମାନେ ଲେଖାଶ୍ରୀଙ୍କ କୁଶପୁତଳିକାକୁ ଦାହ କରିଥିଲେ । ଏଥିପାଇଁ ଲେଖାଶ୍ରୀ କ୍ଷମାପ୍ରାର୍ଥନା ନକଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ ।

Comments are closed.