ପିପିଲିରେ ବିଜେଡ଼ିର ନିର୍ବାଚନୀ ପ୍ରଚାର

ପିପିଲି : ବିଜୁ ଜନତା ଦଳର ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ଓ ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଶୁକ୍ରବାର ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ପିପିଲି ବ୍ଲକର ୮ଟି ପଞ୍ଚାୟତରେ ଜୋରଦାର ନିର୍ବାଚନୀ ପ୍ରଚାର କରିଛନ୍ତି।
ପୂର୍ବାହ୍ନ ୧୦ଟାରେ ଶ୍ରୀମହାରଥୀ ଓ ପିନାକୀ ମିଶ୍ର ନିଜ ଦଳର କର୍ମୀ ଓ ସମର୍ଥକଙ୍କ ସହ ବାଇକ୍ ଶୋଭାଯାତ୍ରାରେ ବାହାରି ସହଜପୁର ପଞ୍ଚାୟତର ବିଭିନ୍ନ ୱାର୍ଡ ବୁଲି ନିର୍ବାଚନୀ ପ୍ରଚାର କରିଥିଲେ। ସେଠାରୁ ତେଇସିପୁର ପଞ୍ଚାୟତ, ଯଶୁଆପୁର ପଞ୍ଚାୟତ, ବୀରପୁରୁଷୋତ୍ତମପୁର, ରଥପୁରୁଷୋତ୍ତମପୁର, ସରସ୍ୱତୀପୁର, ରୁପଦେଇପୁର ଓ ଚନ୍ଦ୍ରାଦେଇପୁର ପଞ୍ଚାୟତର ବିଭିନ୍ନ ଗ୍ରାମ, ୱାର୍ଡକୁ ଯାଇ ନିର୍ବାଚନୀ ପ୍ରଚାର କରିଥିଲେ।

Comments are closed.