ମହିଳା ଚାଷୀଙ୍କୁ ମାଗଣା ବିହନ ବଣ୍ଟନ

ପିପିଲି : ଉଦ୍ୟାନ ବିଭାଗ ପକ୍ଷରୁ ପିପିଲି ବ୍ଲକ ତେଇସିପୁର ପଞ୍ଚାୟତର ମହିଳାଚାଷୀଙ୍କୁ ମାଗଣା ପନିପରିବା ବିହନ ବଣ୍ଟନ କରାଯାଇଛି ଏହି ଅବସରରେ ପୋଡଙ୍ଗ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ ଯୋଗ ଦେଇ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧୨ ପ୍ରକାର ପନିପରିବା ବିହନ ଥିବା ସ୍ୱତନ୍ତ୍ର ପ୍ୟାକେଟ୍କୁ ୮୦ଜଣ ମହିଳା ଚାଷୀଙ୍କୁ ବଣ୍ଟନ କରିଥିଲେ ଏହାଦ୍ୱାରା କରୋନା ମହାମାରୀ ସମୟରେ ଚାଷୀମାନେ ନିଜ ବାଡି ବଗିଚାରେ ଅତି ସହଜରେ ପନିପରିବା ଚାଷ କରି ଉପକୃତ ହୋଇପାରିବେ ବୋଲି ଶ୍ରୀସାହୁ ଆଶା ପ୍ରକାଶ କରିଥିଲେ

Comments are closed.