ରାଜମିସ୍ତ୍ରୀଙ୍କୁ ଫଣି’ ସହାୟତା ପ୍ରଦାନ କଲା ଡାଲ୍‍ମିଆ ସିମେଣ୍ଟ

ପିପିଲି:ସାମୁଦ୍ରିକ ବାତ୍ୟାରେ କ୍ଷତିଗ୍ରସ୍ତ ପିପିଲି ଅଞ୍ଚଳର ରାଜମିସ୍ତ୍ରୀମାନଙ୍କୁ ଡାଲ୍‍ମିଆ ସିମେଣ୍ଟ ଭାରତ ଲିଃ କଂପାନୀ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ପିପିଲି ମେଡିକାଲ ଛକ ସ୍ଥିତ ଶ୍ରୀରାମ କଲ୍ୟାଣମଣ୍ଡପ ଠାରେ ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡାଲ୍‍ମିଆ ସିମେଣ୍ଟ ଭାରତ ଲିଃ କଂପାନୀର ଓଡିଶା ଟେକ୍‍ନିକାଲ ହେଡ୍‍ ତୁଷାରକାନ୍ତ ମହାପାତ୍ର, ପୁରୀ ଜିଲା ଟେକ୍‍ନିକାଲ ଯନ୍ତ୍ରୀ ସୌମ୍ୟରଞ୍ଜନ ଦାଶ, ସେଲ୍ସ ଅଧିକାରୀ ଲଳିତ କୁମାର ସେଠୀ, ଭୁବନେଶ୍ୱର ଟେକ୍‍ନିକାଲ ଅଧିକାରୀ ସୌମ୍ୟରଞ୍ଜନ ନାୟକ, ଡାଲ୍‍ମିଆ ସିମେଣ୍ଟର ଟାଇଟାନିୟମ ରିଟେଲର ବଳଭଦ୍ର ଦାଶ, ରିଟେଲର ଶଶାଙ୍କ ଶେଖର ମହାନ୍ତି, ସିଦ୍ଧେଶ୍ବର ରାଜମିସ୍ତ୍ରୀ ସଂଘର ସଭାପତି ମହେନ୍ଦ୍ର କୁମାର ମାଝୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ରାଜମିସ୍ତ୍ରୀମାନଙ୍କୁ ବାତ୍ୟା ପ୍ରତିରୋଧକ ଗୃହ ନିର୍ମାଣ କରିବା ସହ ସର୍ବଦା ନିଜର ସୁରକ୍ଷା ସଂପର୍କିତ ନିୟମକୁ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଡାଲମିଆ ସିମେଣ୍ଟର ଗୁଣବତ୍ତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତଥିବା ୧୨୦ଜଣ ରାଜମିସ୍ତ୍ରୀଙ୍କୁ ସହାୟତା କିଟ୍‍ ପ୍ରଦାନ କରାଯାଇଥିଲା। ଏଥିରେ ସିଦ୍ଧେଶ୍ବର ରାଜମିସ୍ତ୍ରୀ ସଂଘର ସଂପାଦକ ବିନୋଦ କୁମାର ବେହେରା, ବ୍ରଜକିଶୋର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Comments are closed.