ପିପିଲିରେ କଂଗ୍ରେସର କର୍ମୀ ସମ୍ମିଳନୀ

ପିପିଲି: ପିପିଲି ବ୍ଲକର ୨୩ନଂ ଜିଲା ପରିଷଦ ଜୋନ୍‍ ଅନ୍ତର୍ଗତ କୁଳଶିଖରପାଟଣା ପଞ୍ଚାୟତର ମା’ ଉତ୍ତରେଶ୍ୱରୀଙ୍କ ପୀଠରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯୁବନେତା ମାନସ ରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ନିଶିକାନ୍ତ ମିଶ୍ର ଯୋଗଦେଇ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ୍‍ ଓ କ୍ରୀୟାଶୀଳ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଦଳର ନୀତି ଓ ଆଦର୍ଶ ସଂପର୍କରେ ଶ୍ରୀମିଶ୍ର ଆଲୋକପାତ କରିବା ସହ ସମସ୍ତଙ୍କୁ ସଂଗଠିତ ହୋଇ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ପିପିଲି ଓ ଡେଲାଙ୍ଗ ବ୍ଲକର ଗରୀବ, ଅସହାୟ ଓ ସାଧାରଣ ଜନତା ଯେପରି ସେମାନଙ୍କ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏପରିକି ସରକାରୀ ସହାୟତା ପାଇବାରୁ ଯେପରି ଜଣେ ମଧ୍ୟ ବଞ୍ଚିତ ନହୁଅନ୍ତି ସେଥିପ୍ରତି ସମସ୍ତେ ସତର୍କ ରହି ସାଧାରଣ ଲୋକଙ୍କ ପାଇଁ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ମିଶ୍ର ସମସ୍ତ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଟୁଟୁ ପରିଡ଼ା, ପିପିଲି ଏନ୍‍ଏସି କଂଗ୍ରେସ କମିଟି ସଭାପତି ସେକ୍‍ ମେହେବୁବ, ରଞ୍ଜିତ ମହାପାତ୍ର, ଭରତ ଜେନା, ରମେଶ ବେହେରା, ସୁଶାନ୍ତ ସେଠୀ, ସୁରେନ୍ଦ୍ର ସେଠୀ, ଦେବରାଜ ସାହୁ, ସୁଧିର ପ୍ରଧାନ, ବିଶ୍ୱନାଥ ଜେନା, ଅଶୋକ କୁମାର ଦାଶ, ତ୍ରିନାଥ ମଲ୍ଲିକ, ପ୍ରସନ୍ନ ପ୍ରଧାନ, ଜୟମନ୍ୟୁ ସାମନ୍ତରାୟ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ।

Comments are closed.