ବହୁଚର୍ଚ୍ଚିତ ପିପିଲି ହତ୍ୟା ମାମଲା ; ବିଜେପି ମହିଳା ମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

0

ପିପିଲି :୨୦୧୧ ବହୁଚର୍ଚ୍ଚିତ ପିପିଲି ଗଣବଳତ୍କାର ଓ ହତ୍ୟାକାଣ୍ଡ ମାମଲାରେ ପିଡିତାଙ୍କୁ ତାତ୍ସଲ୍ୟ କରିବା ଘଟଣାରେ ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର କରାଯିବା ଓ ଘଟଣାର ସିବିଆଇ ତଦନ୍ତ କରାଯିବା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୁରୁବାର ସଂନ୍ଧ୍ୟାରେ ପିପିଲିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା।
ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦିକା ବିଜୟଲକ୍ଷ୍ମୀ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁକେଶୀ ପୃଷ୍ଟି, ପିପିଲିର ମହିଳା ନେତ୍ରୀ ମିନତୀ ବଳିଆରସିଂ, ଭାରତୀ ପରିଡା, ଗୀତାଞ୍ଜଳୀ ମିଶ୍ର, ମମତା ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳା ପିପିଲି ପେଟ୍ରୋଲ ଟାଙ୍କି ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଚାନ୍ଦୁଆ ବଜାର, ଥାନାଛକ ଦେଇ ହାଟଛକ ପର୍ଯ୍ୟନ୍ତ ଯାଇଥିଲେ। ଉକ୍ତ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚର ଦୁର୍ବଳ ତଦନ୍ତ ଓ ପୀଡିତାଙ୍କ ପ୍ରତି ମହାରଥୀଙ୍କ ତାତ୍ସଲ୍ୟ ମନ୍ତବ୍ୟକୁ ନେଇ ସେମାନେ ବିଭିନ୍ନ ସ୍ଲୋଗାନ ଦେବା ସହ ତୁରନ୍ତ ମନ୍ତ୍ରୀ ପଦରୁ ଶ୍ରୀ ମହାରଥୀଙ୍କ ବହିଷ୍କାର ଦାବି କରିଥିଲେ। ଉକ୍ତ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରିବା ସହ ଭବିଷ୍ୟତରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କହିଥିଲେ।

Leave A Reply