ରାଜପଥ କଡ ଖାଲକୁ ଖସିଲା କାର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାରେ ଏକ କାର୍‍ ରାସ୍ତା କଡ ଖାଲକୁ ଖସି ପଡିଥିବା ବେଳେ ସେଥିରେ ଥିବା ଦୁଇଜଣ ବ୍ୟକ୍ତି ଅଳ୍ପକେ ଏକ ବଡ ବିପଦରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି କାର୍‍ଟି ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପିପିଲି ବାଇପାସ ରାସ୍ତାର ତରାକାଜ ଛକ ନିକଟରେ ନିୟନ୍ତ୍ରଣ ହରାଇ ରାଜପଥର ବାମପାଶ୍ୱର୍କୁ ମାଡିଯିବା ସହ ରାସ୍ତା କଡ ଖାଲକୁ ଖସି ପଡିଥିଲା । ଏଥିରେ କେହି ମୃତାହତ ହୋଇନଥିବା ବେଳେ ପିପିଲି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Comments are closed.