ପିପିଲି ଉପନିର୍ବାଚନ; ୭ ନେତାଙ୍କୁ ଦାୟିତ୍ଵ ଦେଲେ ନବୀନ

ଭୁବନେଶ୍ଵର: ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ। ଏଥିପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଏହି ଆସନ ହାତେଇବା ଲାଗି ସବୁ ଦଳ ଉଦ୍ୟମ ଚଳାଇଥିବାବେଳେ ବିଜେଡି ତୃଣମୂଳ ସ୍ତରରେ ଭୋଟରଙ୍କ ନିକଟରେ ପହଞ୍ଚିବା ଲାଗି ଚେଷ୍ଟା ଚଳାଇଛି। ଏଥିପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୭ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ଵ ଦେଇଛନ୍ତି।

ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂ, ଉମାକାନ୍ତ ସାମନ୍ତରାୟ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ବ ଦିଆଯାଇଥିବା ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି

Comments are closed.