ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ; ପ୍ରତାପ ଦେବଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ବ

'ଯାହା ଦଳରୁ ଆଦେଶ ଆସିବ ମୁଁ ଓ ମା’ ପାଳନ କରିବୁ'- ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ସଜବାଜ ଆରମ୍ଭ କରିଛି। ବିଜେଡି ବିଧାୟକ ପ୍ରତାପ ଦେବଙ୍କୁ ଦଳ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଏନେଇ ବିଜେଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।

ଏହା ପରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ କହିଛନ୍ତି ଯେ, ଦଳ ଯାହା ନିଷ୍ପତ୍ତି ନେବ, ଆମେ ସମର୍ଥନ କରିବୁ। ଯାହା ଦଳରୁ ଆଦେଶ ଆସିବ; ମୁଁ ଓ ମା’ ପାଳନ କରିବୁ ବୋଲି ରୁଦ୍ର କହିଛନ୍ତି।

ସୂଚନା ଅନୁଯାୟୀ, ପିପିଲି ଆସନରୁ ବିଧାୟକ ଥିଲେ ପ୍ରଦୀପ ମହାରାଥୀ । ତାଙ୍କ ମୃତ୍ୟୁ ପରେ ଆସନ ଖାଲି ପଡିଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଠାରେ ନିଜର ଅଙ୍କକଷା ଆରମ୍ଭ କରିଦେଇଛନ୍ତି । ଏବେସୁଦ୍ଧା କୌଣସି ଦଳ ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି ।

 

Comments are closed.