ପିପିଲି ବ୍ଳକ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ

ପିପିଲି :ଆସନ୍ତା ୨୦୨୨ପଞ୍ଚାୟତ ନିର୍ବାଚନ ପାଇଁ ପିପିଲି ବ୍ଲକର ୨୫ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ଓ ୩ଟି ଯାକ ଜିଲା ପରିଷଦ ଆସନର ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏଠାକାର ରାଜନୈତିକ ମହଲରେ ଉଷ୍ମତା ପ୍ରକାଶ ପାଇଛି । ବ୍ଲକ ଅଧ୍ୟକ୍ଷ ପଦ ଗତଥର ଭଳି ଏଥର ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୨୨ନଂ ଜିଲା ପରିଷଦ ଜୋନ୍‍ଟି ପଛୁଆବର୍ଗଙ୍କ ପାଇଁ, ୨୩ନଂ ଜୋନ୍‍ ଅନୁସୂଚିତ ଜାତି ଓ ୨୪ନଂ ଜିଲା ପରିଷଦ ଜୋନ୍‍ ଅଣସଂରକ୍ଷିତ ରହିଥିବା ସୂଚନା ମିଳିଛି । ଫଳରେ ଏଠାକାର ବହୁ ପୁରୁଖା ନେତାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇ ଯାଇଥିବା ବେଳେ ଏହି ସଂରକ୍ଷଣ ତାଲିକାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପୁରୁଖା ଓ ଅଭିଜ୍ଞ ରାଜନେତା ମାନେ ଆସନ୍ତା ନିର୍ବାଚନରେ ପ୍ରାର୍ଥି ହେବାରୁ ବାଦ୍‍ ପଡିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‍ ଧରିଛି ।
ଓରକଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଆସନ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ କଣ୍ଟି ପଞ୍ଚାୟତ ମହିଳା, କୁଳଶିଖରପାଟଣା ପଞ୍ଚାୟତ ଅନୁସୂଚିତ ଜାତି, ଗୋବିନ୍ଦପୁର ପଞ୍ଚାୟତ ପଛୁଆବର୍ଗ ମହିଳା, ଚନ୍ଦ୍ରାଦେଇପୁର ଓ ଜଗନ୍ନାଥପୁର ପଞ୍ଚାୟତ ଅଣସଂରକ୍ଷିତ, ତେଇସିପୁର ଓ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ମହିଳା, ଦୁର୍ଗାଦାସପୁର ପଞ୍ଚାୟତ ପଛୁଆବର୍ଗ, ନୂଆଶାସନ ଓ ପମସରା ପଞ୍ଚାୟତ ମହିଳା, ପାଣିଦୋଳ ଓ ପୁବାଶାସନ ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ପୋପରଙ୍ଗା ଅଣସଂରକ୍ଷିତ, ବୀରପୁରୁଷୋତ୍ତମପୁର ପଞ୍ଚାୟତ ପଛୁଆବର୍ଗ, ଭାରତୀପୁର ପଞ୍ଚାୟତ ଅଣସଂରକ୍ଷିତ, ମଙ୍ଗଳପୁର ଅନୁସୂଚିତ ଜାତି, ଯଶୁଆପୁର ଅଣସଂରକ୍ଷିତ, ରଥପୁରୁଷୋତ୍ତମପୁର ପଞ୍ଚାୟତ ପଛୁଆବର୍ଗ, ରୂପଦେଇପୁର ଓ ସରସ୍ୱତୀପୁର ପଞ୍ଚାୟତ ମହିଳା, ସହଜପୁର ପଞ୍ଚାୟତ ଅନୁସୂଚିତ ଜାତି, ସଁପୁର ପଞ୍ଚାୟତ ପଛୁଆବର୍ଗ ମହିଳା, ହାଟସାହି ପଞ୍ଚାୟତ ଅଣସଂରକ୍ଷିତ ଥିବା ବେଳେ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ସେହିପରି ପଞ୍ଚାୟତ ସମିତି ଆସନ ପାଇଁ ଓରକଳ ଓ କଣ୍ଟି ଗ୍ରାମପଞ୍ଚାୟତ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କୁଳଶେଖରପାଟଣା ପଞ୍ଚାୟତ ଅନୁସୂଚିତ ଜାତି, ଗୋବିନ୍ଦପୁର, ଚନ୍ଦ୍ରାଦେଇପୁର ଓ ଜଗନ୍ନାଥପୁର ପଞ୍ଚାୟତ ଅଣସଂରକ୍ଷିତ, ତେଇସିପୁର ପଞ୍ଚାୟତ ମହିଳା, ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ପଛୁଆବର୍ଗ, ଦୁର୍ଗାଦାସପୁର ପଞ୍ଚାୟତ ପଛୁଆବର୍ଗ ମହିଳା, ନୂଆଶାସନ ପଞ୍ଚାୟତ ମହିଳା, ପମସରା ପଞ୍ଚାୟତ ଅଣସଂରକ୍ଷିତ, ପାଣିଦୋଳ ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ପୁବାଶାସନ ପଞ୍ଚାୟତ ଅନୁସୂଚିତ ଜାତି, ପୋପରଙ୍ଗା ପଞ୍ଚାୟତ ମହିଳା, ବୀରପୁରୁଷୋତ୍ତମପୁର ପଞ୍ଚାୟତ ପଛୁଆବର୍ଗ, ଭାରତୀପୁର ପଞ୍ଚାୟତ ମହିଳା, ମଙ୍ଗଳପୁର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ଯଶୁଆପୁର ପଞ୍ଚାୟତ ଅନୁସୂଚିତ ଜନଜାତି ମହିଳା, ରଥପୁରୁଷୋତ୍ତମପୁର ପଞ୍ଚାୟତ ପଛୁଆବର୍ଗ ମହିଳା, ରୂପଦେଇପୁର ଓ ସରସ୍ୱତୀପୁର ପଞ୍ଚାୟତ ଅଣସଂରକ୍ଷିତ, ସହଜପୁର ପଞ୍ଚାୟତ ଅନୁସୂଚିତ ଜାତି ମହିଳା, ସଁପୁର ପଞ୍ଚାୟତ ପଛୁଆବର୍ଗ ମହିଳା, ହାଟସାହି ପଞ୍ଚାୟତ ଅଣସଂରକ୍ଷିତ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । ମୋଟ୍‍ ୨୫ଟି ସମିତି ସଭ୍ୟ ଆସନ ମଧ୍ୟରେ ପୁରୁଷଙ୍କ ପାଇଁ ୧୨ଟି ଓ ମହିଳାଙ୍କ ପାଇଁ ୧୩ଟି ଆସନ ସଂରକ୍ଷିତ ହୋଇଥିବା ସୂଚନା ମିଳିଛି ।

Comments are closed.