ଟ୍ରକ୍‍ ଧକ୍କାରେ ବାଇକ୍ ଚାଳକ ଗୁରୁତର

0

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଶିରିଆପୁର ଗ୍ରାମ୍ୟଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ବାଲି ବୋଝେଇ ଟ୍ରକ୍‍ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି। ଆହତଙ୍କ ନାମ ବିରଞ୍ଚି ନାରାୟଣ ମହାପାତ୍ର(୩୨) ଓ ତାଙ୍କ ଘର ସତ୍ୟବାଦୀ ଥାନା ନରେନ୍ଦ୍ରପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି। ସେ ଭୁବନେଶ୍ୱରରୁ ସତ୍ୟବାଦୀ ଅଭିମୁଖେ ବାଇକ୍ ଚଳାଇ ଯାଉଥିବା ବେଳେ ପଛରୁ ଦୃତଗତିରେ ଆସୁଥିବା ଏକ ବାଲି ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ତାଙ୍କ ବାଇକ୍‍କୁ ଧକ୍କା ଦେବା ସହ ତାଙ୍କ ଗୋଡ ଉପରେ ଚଢି ଯାଇଥିଲା। ଏଥିରେ ତାଙ୍କର ଦୁଇଟି ଯାକ ଗୋଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଖବରପାଇ ସାତଶଙ୍ଖ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟିଯାକ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।

Leave A Reply