ସଡକ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ

0

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଡା ଛକ ନିକଟରେ ବୁଧବାର ଅପରାହ୍ନରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଯେଉଁଥିରେ ଅନ୍ୟ ଜଣେ ବାଇକ ଚାଳକ ଓ ସାଇକେଲ ଚାଳକ ଆହତ ହୋଇଛନ୍ତି। ମୃତକ ଜଣଙ୍କ  ନିକଟବର୍ତ୍ତି ସୁଆବରେଇ ଗ୍ରାମର ଲିପୁ ଓରଫ ପ୍ରାଣକୃଷ୍ଣ ପ୍ରଧାନ(୩୮)।
ସୁଚନା ଅନୁଯାଇ, ଲିପୁ ନିଜେ ବାଇକ ଚଳାଇ ଯାଉଥିବା ବେଳେ ଏକ ସାଇକେଲ ସହ ତାଙ୍କର ଧକ୍କା ହୋଇଥିଲା ଓ ପରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲା। ଫଳରେ ସେ ଛିଟିକି ଯାଇ ରାସ୍ତା ଉପରେ ପଡିଯାଇଥିଲେ। ତାଙ୍କ ମୁଣ୍ଡ, ଗୋଡ, ଛାତିରେ ଗୁରୁତର ଆଘାତ ଲାଗିଥିଲା। ପରେ ଚିକିତ୍ସା ପାଇଁ ତାଙ୍କୁ ପିପିଲି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ଅନ୍ୟ ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ କ୍ୟାପିଟାଲ ହସପିଟାଲକୁ ପଠା ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Leave A Reply