ବନବିଭାଗ ପକ୍ଷରୁ ଗ୍ରାମ୍ୟରାସ୍ତାରେ ବନୀକରଣ

ପିପିଲି : ଖୋର୍ଦ୍ଧା ବନଖଣ୍ଡ ଅଧନସ୍ଥ ବାଲିପାଟଣା ବନାଞ୍ଚଳ ପକ୍ଷରୁ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ନିର୍ମଳାଠାରୁ ବଡସରଗାଇଲୋ ଗ୍ରାମ୍ୟ ମୁଖ୍ୟରାସ୍ତାର ଉଭୟ ପାର୍ଶ୍ବରେ ବନୀକରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ବାଲିପାଟଣା ବନବିଭାଗ ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସ, ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଇଜିଏ)ରେ ଜବ୍‍କାର୍ଡ ମାଧ୍ୟମରେ ଏହି ୨.୫ କିମି ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ୧୩୭୫ଟି ଜାମୁ, ମହେଶ୍ୱର କୁଇନ, ନିମ, ଶିରିସ, କରଞ୍ଜ, ଅର୍ଜ୍ଜୁନ, ପେସ୍ତାବାଦମ ଆଦି ଚାରା ରୋପଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.