ଦିବ୍ୟାଙ୍ଗଙ୍କୁ ସହାୟତା

ପିପିଲି : କରୋନା ଲକ୍‍ଡାଉନ ଓ ସାମ୍ପ୍ରତିକ ବନ୍ୟା ସମୟରେ ଦିବ୍ୟାଙ୍ଗମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବାବେଳେ ୫୦ଜଣ ଦିବ୍ୟାଙ୍ଗଙ୍କୁ ସ୍ୱେଛାସେବୀ ସଙ୍ଗଠନ ‘ବିକାଶ’ ଓ ‘କ୍ୟାଥୋଲିକ ହେଲ୍‍ଥ ଅସୋସିଏସନ୍ ଅଫ୍‍ ଇଣ୍ଡିଆ’ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ପିପିଲି ବ୍ଲକର କଣ୍ଟିଠାରେ ଏହି ଦୁଇ ସଂଗଠନ ପକ୍ଷରୁ ୫୦ ଜଣ ପୁରୁଷ, ମହିଳା ଓ ଶିଶୁ ଦିବ୍ୟାଙ୍ଗଙ୍କୁ ରାସନସାମଗ୍ରୀ, ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ‘ବିକାଶ’ର ପ୍ରକଳ୍ପ ଅଧିକାରୀ ସୁଷମା ଆରୋରା, କଣ୍ଟି ଶାଖାର ସଂଯୋଜକ ନରେନ୍ଦ୍ର ପ୍ରଧାନ, ସହକାରୀ ଦୀପାଲିନ ସ୍ୱାଇଁ ଓ ପୂଜା ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.