ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପିପିଲି ତହସିଲ୍ ପରିଦର୍ଶନ

ପିପିଲି: ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ଅଚାନକ଼ ପିପିଲି ତହସିଲ୍ କାର୍ୟ୍ୟାଳୟକୁ ପରିଦର୍ଶନରେ ଆସିଥିଲେ। ସାଧାରଣ ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସେବା ଅବିଳମ୍ବେ ଯୋଗାଇ ଦେବା ପାଇଁ ସେ ତହସିଲର ସମସ୍ତ କର୍ମଚାରୀଙ୍କୁ ଏକ ବୈଠକରେ ପରାମର୍ଶ ଦେଇଥିଲେ। ସାଧାରଣ ଲୋକେ ଯେପରି ବାରମ୍ବାର ତହସିଲକୁ କୌଣସି କାମ ପାଇଁ ନ ଦଉଡନ୍ତି ସେଥି ପ୍ରତି ସଚେତନ ରହିବାକୁ ତହସିଲ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Comments are closed.