କୂଅରୁ ବାଛୁରୀ ଉଦ୍ଧାର

0

ପିପିଲି: ପିପିଲି ଦେବୀଗଳିରେ ଥିବା ଏକ କୂଅ ମଧ୍ୟରୁ ଅଗ୍ନିଶମବାହିନୀର କର୍ମଚାରୀମାନେ ଏକ ବାଛୁରୀକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଦେବୀମଣ୍ଡପ ନିକଟରେ ଥିବା ଏକ କୂଅରେ ସୋମବାର ପୂର୍ବାହ୍ନରେ ଏକ ବାଛୁରୀ ଗଳି ପଡିଥିଲା । ଖବର ପାଇ ପିପିଲି ଅଗ୍ନିଶମବାହିନୀର କର୍ମଚାରୀମାନେ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ବାଛୁରୀକୁ କୂଅରୁ ଉଦ୍ଧାର କରିଥିଲେ ।

Leave A Reply