ପିପିଲି ଉପନିର୍ବାଚନ : କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ

ପୁରୀ : ପିପିଲି ଉପନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅତିରିକ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି।
ଇନ୍ଦିରା ଭବନରୁ ଶ୍ରୀ ମହାପାତ୍ର ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ପାତ୍ର, ଜିଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା, ଜିଲା ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି, ପୂର୍ବତନ ପିସିସି ସମ୍ପାଦକ ସୁଜିତ କୁମାର ମହାପାତ୍ର, ପିସିସି ମୁଖପାତ୍ର ବିଶ୍ବନାଥ ଦାଶ, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ରାଜେଶ କୁମାର ମିଶ୍ର, ଯୁବ କଂଗ୍ରେସ ପକ୍ଷରୁ ସ୍ବାଧୀନ କୁମାର ପଣ୍ଡା, ଅମରେନ୍ଦ୍ର ପାଇକରାୟ, ଆଇନଜୀବୀ ସୁକାନ୍ତ ପ୍ରଧାନ, ଜିଲା ସାଧାରଣ ସମ୍ପାଦକ ନିରଞ୍ଜନ ରଥ, ଜିଲା କଂଗ୍ରେସ ନେତ୍ରୀ ବିଦ୍ୟୁଲତା ଆଚାର୍ଯ୍ୟ, ଜିଲା କଂଗ୍ରେସ ଆଇନ ସେଲ୍‌ ଅଧ୍ୟକ୍ଷ କାଳୀପ୍ରସାଦ ନାୟକ ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ କରୋନାରେ ମୃତ୍ୟୁ ପରେ ଦଳ ପକ୍ଷରୁ ବିଶ୍ବକେଶନଙ୍କୁ ସେଠାରେ ପ୍ରାର୍ଥୀ କରାଯାଇଛି।

Comments are closed.