ଗୋଲାପି ଓଠର ରହସ୍ୟ : ଦେଶୀ ଘିଅ

ଦେଶୀ ଘିଅରେ ଥିବା ପୋଷକ ତତ୍ତ୍ୱ ଓ ଗୁଣ ଓଠକୁ ପ୍ରାକୃତିକ ଉପାୟରେ ଗୋଲାପି କରିଥାଏ। ନିୟମିତ ରାତିରେ ଶୋଇବା ପୂର୍ବରୁ ୩ ରୁ ୫ ମିନିଟ ଦେଶୀ ଘିଅରେ ଓଠକୁ ମାଲିସ କରିବା ଦ୍ୱାରା ଓଠ ଗୋଲାପି ହୋଇଥାଏ।
କୋମଳ ଓ ଓଠ ଫଟା ମଧ୍ୟ କମ ହୋଇଥାଏ।
ଚିନି ଓ ଲେମ୍ବୁ – ଲେମ୍ବୁ ରସରେ ଚିନି ମିଶାଇ ଏହି ମିଶ୍ରଣକୁ ଓଠରେ ଲଗାଇଲେ ଏହା ବହୁ ଉପକାରୀ ହୋଉଥାଏ। ନିୟମିତ ଏକ ମାସ ଲଗାଇଲେ ଓଠର ରଙ୍ଗ ଗୋଳାପି ହୋଇଯାଏ।
ବିଟ୍‍ର ରସ – ବିଟ୍‍କୁ ପେଷି (ଗ୍ରାଇଣ୍ଡିଙ୍ଗ୍‍ ) କରି ଏହାର ରସକୁ ନିୟମିତ ଏକ ମାସ ଲଗାଇଲେ ମଧ୍ୟ ଓଠର ରଙ୍ଗ ସଂପୂର୍ଣ୍ଣ ଗୋଲାପି ହୋଇଯାଏ।
ଗ୍ଲିସରିନ୍‍ – ଓଠର ଯତ୍ନ ନେବା ନିମନ୍ତେ ଗ୍ଲିସରିନ୍‍ ଓ ଲେମ୍ବୁକୁ ଭଲ ଭାବେ ମିଶ୍ରଣ କରି ଏହାକୁ ନିୟମିତ ଲଗାଇଲେ ଓଠର ରଙ୍ଗରେ ବହୁ ପରିବର୍ତ୍ତନ ହୋଇଥାଏ। ବହୁ ଶ୍ରୀଘ୍ର ଓଠର ରଙ୍ଗ ଗୋଲାପି ମଧ୍ୟ ହୋଇଥାଏ।

Comments are closed.