ଗୋଲାପି ଓ ନରମ ଓଠ ପାଇଁ ଆପଣାନ୍ତୁ ଏହି ଉପାୟ

0

ପ୍ରଥମେ ଏକ ବିଟ୍ ନେଇ ଚୋପା ଛଡେଇ ଦିଅନ୍ତୁ । ଏହି ବିଟକୁ କୋରି ତାର ଜୁସ୍ ବାହାର କରନ୍ତୁ । ଏକ ଛୋଟ ପାତ୍ରରେ ୨ ଚାମଚ ବିଟ୍ ଜୁସ୍ ନେଇ ସେଥିରେ ଏକ ଚାମଚ ନଡିଆ ତେଲ, ଏକ ଚାମଚ ଭେସଲିନ୍ ବା ପେଟ୍ରୋଲିୟମ୍ ଜେଲି ଏବଂ ଦୁଇଟି ଭିଟାମିନ ଇ କ୍ୟାପସୁଲ ତେଲ ପକାଇ ଗୋଳାଇ ଦିଅନ୍ତୁ । ଘରୋଇ ଉପାୟରେ ଲିପବାମ୍ ପ୍ରସ୍ତୁତ ହୋଇଗଲା ।

ରାତିରେ ଶୋଇବା ପୂର୍ବରୁ ପ୍ରଥମେ ଓଠକୁ ସ୍କ୍ରବ୍ କରିବା ଭୁଲନ୍ତୁ ନାହିଁ ।

ସେଥିପାଇଁ ଏକ ଚାମଚ ଚିନି ଏବଂ ମହୁ ନେଇ ଭଲ ଭାବରେ ମିଶାଇ ଓଠରେ ଧୀରେ ଧୀରେ ମସାଜ କରନ୍ତୁ  ବା ଘଷନ୍ତୁ । ପରେ ପାଣିରେ ଧୋଇ ଓଠକୁ ପୋଛି ଦିଅନ୍ତୁ ଏବଂ ଲିପବାମ୍ ଲଗାଇ ଶୋଇ ପଡନ୍ତୁ ।

ଏହିପରି ୩ ଦିନ କରିବା ପରେ ଆପଣ ଫରକ ଜାଣି ପାରିବେ । ଓଠ ନରମ, କୋମଳ ହେବା ସହ ଗୋଲାପି ହୋଇଯିବ । ଏହି ଲିପବାମ୍ ଆପଣ ଷ୍ଟୋର କରି ରଖି ପାରିବେ ।

Leave A Reply