ଖରାଦିନେ ପିଅନ୍ତୁ ସପୁରୀ ଲସୀ

ଆବଶ୍ୟକ ସାମଗ୍ରୀ
ଦହି –୧ କପ
ସପୁରୀ –୨କପ (କଟା ହୋଇଥିବା)
ଅଦାଖଣ୍ଡ – ସାମାନ୍ୟ
ଚିନି- ୨ ଚାମଚ
ଗୁଜୁରାତି ଗୁଣ୍ଡ – ସାମାନ୍ୟ
କଳାଲୁଣ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସପୁରୀ, ଚିନି, ଅଦାକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଦହି, କଳାଲୁଣ, ଗୁଜୁରାତି ଗୁଣ୍ଡକୁ ପେଷି ଦିଅନ୍ତୁ। ଏବେ ୨ଟି ଯାକ ମିଶ୍ରଣକୁ ମିଶାଇ ଭଲ ଭାବେ ପେଷି ଏକ ଗ୍ଲାସକୁ କାଢି ପିଅନ୍ତୁ ସ୍ୱାଦିଷ୍ଟ ସପୁରୀ ଲସୀ।

Comments are closed.